କଂଗ୍ରେସ ସରକାର ଆସିଲେ ମହିଳାଙ୍କ ସଂରକ୍ଷଣ ସହ ଆଦିବାସୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ଯୋଗାଇବ: ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାହୁଲ ଗାନ୍ଧୀ ଆଜି କୋରାପୁଟଜୟପୁର ମହିଳା ସମାବେଶରେ ମହିଳାଙ୍କୁ ମହିଳା ଦିବସର ଶୁଭେଚ୍ଛା ଦେବାସହ ସେଠାରେ ଉପସ୍ଥିତ ମହିଳାଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିଥିଲେ । କହିଥିଲେ ଓଡ଼ିଶା ଗରିବ ରାଜ୍ୟ ନୁହେଁ । ଓଡ଼ିଶାର ଲୋକ ଗରିବ । ଏହାପାଇଁ ରାଜ୍ୟ ସରକାର ଦାୟୀ ।

ସୂଚନା ଅନୁଯାୟୀ, ଜୟପୁର ମହିଳା ସମାବେଶରେ ଯୋଗଦେବା ପାଇଁ ରାହୁଲ ଏକ ସ୍ଵତନ୍ତ୍ର ବିମାନରେ ଆସି ଜୟପୁର ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଥିଲେ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ୫୦୦ ଜଣ ମହିଳା ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନାରେ ଭାଗ ନେଇଥିଲେ ।

ରାହୁଲ କହିଥିଲେ ରାଜ୍ୟରେ କେବଳ ଦୁଇଜଣ ମହିଳା ମନ୍ତ୍ରୀ ଅଛନ୍ତି । ଯଦି ରାଜ୍ୟରେ କଂଗ୍ରେସ ସରକାର ଆସେ ତେବେ ମହିଳାଙ୍କ ପାଇଁ ସଂରକ୍ଷଣ ଆଣିବ । ସେହିପରି ଆଦିବାସୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ସହ ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପିଟାଲ ତିଆରି କରାଯିବ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ ହେବ । ରାଫେଲ ଦୁର୍ନୀତି କଥା ଉଠାଇ ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଆପଣ ମାନଙ୍କ ଟଙ୍କା ଅନୀଲ୍ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ ଦେଇ ଦେଉଛନ୍ତି । ଏହିପରି ସରକାରଙ୍କୁ ହଟାଇବା ନିହାତି ଜରୁରୀ । ଦେଶର ଯୁବକ ଓ ଯୁବତୀଙ୍କ ବେରୋଜଗାରି କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ରାହୁଲ ।

Leave A Reply

Your email address will not be published.