ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଗାଇଡଲାଇନ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ । ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚରେ ବିଶୋଧନ କରାଯିବ । ସମସ୍ତ ରୋଗୀଙ୍କ ପଂଜୀକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବେ । କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଶୁକ୍ରବାର ରାତିରୁ ଆରମ୍ଭ ହେଉଥିବା ଲକଡାଉନ ନେଇ ପୁଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସ କମିସନର କହିଛନ୍ତି ଏଥର ଲକଡାଉନ କଡାକଡି କରାଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖ ଦୋକାନକୁ ଚାଲିଚାଲି ଯାଇ ସେଠାରୁ କିଣାକିଣି କରିବାକୁ କହିଛନ୍ତି ପୋଲିସ କମିଶନର । ଏହାସହ ହୋମଡେଲିଭରିର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି । ଅନାବଶ୍ୟକ ଭାବେ ବୁଲାବୁଲି ନକରିବାକୁ ସିପି ପରାମର୍ଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି ଏହି ସମୟରେ ଅଧିକ ସତର୍କ ରହିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.