ଯୋଗୀ ଓ ମାୟାବତୀଙ୍କୁ ବଡ ଝଟକା, ନିର୍ବାଚନୀ ପ୍ରଚାରରେ ଲାଗିଲା ରୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ମାୟାବତୀଙ୍କ ବିବାଦୀୟ ବୟାନ କୁ ନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆଜି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୩ଦିନ ରୋକ ଲଗାଯାଇଥିବା ବେଳେ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୨ଦିନ ରୋକ ଲାଗିଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆସନ୍ତାକାଲି ଅର୍ଥାତ ୧୬,୧୭ ଓ ୧୮ ପର୍ଯ୍ୟନ୍ତ କୌଣସି ନିର୍ବାଚନୀ କାର୍ଯ୍ୟକ୍ରମରେ ଭାଗନେଇ ପରିବେ ନାହିଁ ସେହିପରି ମାୟାବତୀ ୧୬ ଓ ୧୭ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ । ଏହି ନିୟମ ଆସନ୍ତା କାଲି ସକାଳ ୬ଟା ରୁ ଲାଗୁ ହେବ । ନିର୍ବାଚନ ସମୟରେ ଯୋଗୀ ଓ ମାୟାବତୀଙ୍କ ପ୍ରଚାରରେ ଲାଗିଥିବା ରୋକ ସେମାନଙ୍କ ପାଟି ପାଇଁ ଏକ ବଡ ଝଟକା ବୋଲି ରାଜନୈତିକ ବିଶେଷଜ୍ଞ ମତରଖିଛନ୍ତି ।

Leave A Reply

Your email address will not be published.