ଇଭିଏମ୍‌- ଭିଭିପାଟ୍‌ ସଂଯୋଗରେ ତୃଟି, ମତଦାତା – ପୋଲିଂ ଅଫିସର ମୁହାଁମୁହିଁ: ନିର୍ବାଚନ ସ୍ଥଗିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଭିଏମ୍‌ରେ ଯାନ୍ତ୍ରିକ ତୃଟିଥିବା ଯୋଗୁ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଗୋଟିଏ ଦଳର ଚିହ୍ନରେ ଭୋଟ ଦେଲେ ତାହା ଅନ୍ୟ ଚିହ୍ନକୁ ଯାଉଥିବା ଭୋଟରମାନେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ନେଇ ମତଦାତା ଓ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ କିଛି ସମୟ ଧରି ବୁଥ୍‌ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କଟକ ଜିଲ୍ଲା ବଡମ୍ବା ନିର୍ବାଚନମଣ୍ଡଳୀ ଝାଜିଆ ବୁଥ ନଂ. ୧୯୬ରେ ଏପରି ଘଟଣା ଘଟିଛି ।ତେବେ ଏହି ବୁଥରେ ସାନି ର୍ନିବାଚନ ପାଇଁ ମୁଖ୍ୟ ର୍ନିବାଚନ କମିଶନ ସୁପାରିସ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ମତଦାନ ଆରମ୍ଭ ହେବାର କିଛି ସମୟ ପରେ ଜଣେ ଭୋଟର ମତଦାନ କରୁଥିବା ବେଳେ ସେ ବଟନ ଚିପି ଥିବା ଚିହ୍ନକୁ ଭୋଟକୁ ନଯାଇ ଅନ୍ୟ ଏକ ଚିହ୍ନକୁ ଯାଇଥିଲା । ଏ ନେଇ ଭୋଟର ଜଣଙ୍କ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଠିକ ଭାବେ ଭିଭିପ୍ୟାଟ୍‌ ସଂଯୋଗ କରାଯାଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଭୋଟର ଜଣଙ୍କ ଅଭିଯୋଗ କରିଥିଲେ । ମାତ୍ର ପୋଲିଂ କର୍ମଚାରୀ ଏହାକୁ ଗୁରୁତର ସହ ନେଇ ନଥିଲେ । ଏହାକୁ ନେଇ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । 

Leave A Reply

Your email address will not be published.