ରାଜ୍ୟପାଳଙ୍କ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ପୁସ୍ତକ ଲୋକାର୍ପିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଲେଖାଗୁଡ଼ିକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଲୋକାର୍ପିତ ହୋଇଯାଇଛି। ରାଜଭବନ ପରିସରରେ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଉପସ୍ଥିତ ଥିଲେ। ‘ପକ୍ଷୀଘର ପ୍ରକାଶନୀ’ସଂସ୍ଥା ପକ୍ଷରୁ ଏହି ପୁସ୍ତକଟି ପ୍ରକାଶପାଇଛି। ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭଗୁଡ଼ିକର ଏହା ଏକ ନିର୍ବାଚିତ ସଂକଳନ। ଏହି ପୁସ୍ତକଟି ଫ୍ଲିପ୍କାର୍ଟ ଓ ଆମାଜନ୍ରେ ମଧ୍ୟ ଉପଲବ୍ଧ ହେବ।

bjd
Sikshaya
ruchi

Leave A Reply

Your email address will not be published.