ଭାରତକୁ ଫେରିବ ପବଜୀ ଆପ୍ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପବଜୀ ମୋବାଇଲର ଫ୍ୟାନମାନଙ୍କ ପାଇଁ ଏକ ବଡଖବର। ପ୍ରାୟ ୧ ମାସ ପରେ ପୁଣି ଥରେ ଭାରତକୁ ଫେରିବ ଏହି ଲୋକପ୍ରିୟ ଗେମିଂ ଆପ୍। ପବଜୀ କର୍ପୋରେସନ ପକ୍ଷରୁ କୁହାଯାଇଛି, ପବଜୀ ମୋବାଇଲ ଇଣ୍ଡିଆ ସ୍ୱତନ୍ତ୍ର ଭାବେ ଭାରତୀୟ ବଜାର ପାଇଁ ସୃଷ୍ଟି କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ପ୍ରାଇଭେସି ରହିବ।
ଗତ ସେପ୍ଟେମ୍ବରରେ ଚାଇନା ଆପ୍ ବିରୋଦରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସମୟରେ ପବଜୀ ମୋବାଇଲ ଭାରତରେ ବ୍ୟାନ୍ ହୋଇଥିଲା। ଭାରତରେ ୧୧୮ରୁ ଅଧିକ ଚାଇନା ମାଲିକାନାରେ ଥିବା ଆପ୍ଗୁଡିକ ବ୍ୟାନ୍ କରାଯାଇଥିଲା। ସେଗୁଡିକ ମଧ୍ୟରେ ରହିଛି ଲୁଡୋ ୱାର୍ଲ୍ଡ, ଏପିୟୁଏସ୍ ଲଞ୍ଚର, ୟୁଲାଇକ୍, ଅଲି ପେ, ସୁପରକ୍ଳିନ୍-ମାଷ୍ଟର ଅଫ୍ କ୍ଳିନର, ଫୋନ୍ ବୁଷ୍ଟର ପ୍ରଭୃତି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ୟୁଜରଙ୍କ ପାଇଁ କେତେକ ନୂଆ ଫିଚର ଆଣିବ ପବ୍ଜୀ। କେବଳ ସେତିକି ନୁହେଁ ପବଜୀ ଭାରତୀୟ ଗେମିଂ କ୍ଷେତ୍ରରେ ପ୍ରାୟ ୧୦୦ ନିୟୁତ ଡଲାର ବିନିଯୋଗ ପାଇଁ ଘୋଷଣା କରିଛି। ଏହା ଦ୍ୱାରା ଭାରତର କ୍ରୀଡ଼ା, ଇ-କ୍ରୀଡ଼ା ମନୋରଞ୍ଜନ ଏବଂ ଆଇଟି ଶିଳ୍ପ ପାଇଁ ବିନିଯୋଗ କରାଯିବ।

Leave A Reply

Your email address will not be published.