ଲିଖିତ ଦାବି ପରେ ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେବେ ଖୋଲିବ ସିଂହ ଦ୍ୱାର । ଚାତକ ପରି ଚାହିଁ ରହିଛନ୍ତି ଭକ୍ତ । କରୋନା ମହାମରିକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ଶ୍ରୀମନ୍ଦିର ଏବଂ ରାଜ୍ୟର ସମସ୍ତ ମନ୍ଦିର । ମାତ୍ର ଅନଲକ ୫ ର ନିୟମାବଳୀ କୋହଳ ହେବାପରେ ସେବାୟତ ମାନେ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଆଶା ବାନ୍ଧି ଆଜି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଆନ୍ଦୋଳନରତ ସେବାୟତଙ୍କ ସହିତ ଆଲୋଚନା କରିଥିଲା ।

ସୂଚନା ଅନୁଯାୟୀ, ପୂର୍ବତନ ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆରଙ୍କ ସମେତ ଅନେକ ସେବାୟତ ଧାରଣାରେ ବସିଥିଲେ । ମନ୍ଦିର ଖୋଲିବା ନେଇ ପ୍ରଶାସନ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି କରିଥିଲେ । ତେବେ ଆଲୋଚନା ପରେ ସମସ୍ତ ଦାବିକୁ ସେବାୟତମାନେ ଲିଖିତ ଆକାରରେ ପ୍ରଦାନ କରିବାକୁ କହିଛି ମନ୍ଦିର ପ୍ରଶାସନ । ଏହା ସହିତ ଶ୍ରୀମନ୍ଦିରରେ କିପରି ଅବଢା ବିକ୍ରି ହୋଇପାରିବ ଏବଂ ମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ମନ୍ଦିର ଦ୍ୱାରରେ ଡାକ୍ତର ନିୟୋଜିତ କରି ୫୦ ଜଣ ଲେଖାଏଁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାବା ଦାବି କରିଥଲେ ସେବାୟତ ।

Leave A Reply

Your email address will not be published.