ତିନି ରଥର ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିନି ରଥର ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇଥିବା ବେଳେ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି ।

ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ନନ୍ଦୀଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି ।

ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ଚାରିଆହାକା କାର୍ଯ୍ୟ ଶେଷ ହୋଇଛି । ପ୍ରତିରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡିକରେ ଖୋଦେଇ କାମ ଏବଂ ଅଲଙ୍କାର କାମ ଚାଲିଛି ।

କରତି ସେବକଙ୍କ ଦ୍ୱାରା ଦୋଳ ବେଦି ଠାରେ ନନ୍ଦିଘୋଷ ରଥର ଗୟଳ ଚିରିଟ କାମ ପୂର୍ବରୁ ବାଇଁସି ଚାଲିଛି । ଏହାପରେ ସୁୂତା ମାପ କରାଯାଇ ଚିରିଟ କାର୍ଯ୍ୟ କରାଯିବ । ଦୋଳ ବେଦୀ ଠାରେ ଅସ୍ଥାଇଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ୨୦ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ଯାହାକି ଆଗ ପାତେଳି ଓ ଚଉରସ କଣ୍ଟା ଭାବେ ବଶାଯାଏ । ଆଗ ପାତେଳି କଣ୍ଟା ତମ୍ବୁର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାମୁ ଯୋଡିଥାଏ । ସକୀଚରର ସ୍ପି୍ରଙ୍ଗ ଭଳି କାର୍ଯ୍ୟ କରେ । ‘ଚଉରସ କଣ୍ଟା’ ତମ୍ବୁର ଭିତର ଅଂଶ ଅଖ ଦଣ୍ଡାରେ ବାଡିଆ ଯାଏ । ଅଖଦଣ୍ଡାକୁ ଫିକ୍ସ କରେ । ‘ଗରଗରା କଣ୍ଟା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ ।

ସେହିପରି ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କି୍ରନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

Leave A Reply

Your email address will not be published.