ଆଜିଠାରୁ ଖୋଲାଗଲା ତିନି ରଥ, ସଂଗ୍ରକ୍ଷଣ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠାରୁ ଖୋଲା ଯାଉଛି ତିନି ରଥ । ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗା ଯିବ ନାହିଁ । ଏହି ରଥ ଗୁଡିକ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତି ରଖାଯିବ ।

ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ । ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜିଉଙ୍କ ତିନି ରଥ ସାଇତା ହୋଇ ରହିବ । ଆଜିଠାରୁ ରଥ ଖୋଲାଯିବା ନିମନ୍ତେ ଭୋଇ ସର୍ଦ୍ଦାରଙ୍କୁ ପୂର୍ବରୁ ଚିଠି ଦିଆଯାଇଥିଲା । ରଥ ପୁନଃ ନିର୍ମାଣ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ବୈଷୟିକ କମିଟିର ଇଞ୍ଜିନିୟର, ପରିଚାଳନା କମିଟି ସଦସ୍ୟ, ଉଚ୍ଚଅଧିକାରୀ, ମୁଖ୍ୟ ମହାରଣା, ରୂପକାର, ଭୋଇ ସେବକ ରହିଛନ୍ତି ।

Leave A Reply

Your email address will not be published.