ନୂଆବର୍ଷରେ ବଡ଼ଦାଣ୍ଡ ସେବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ଇଂରାଜି ନବବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ପୁରୀରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ବଡ଼ଦାଣ୍ଡର ୬ଟି ସ୍ଥାନ ଯଥା ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ, ମର୍ଚ୍ଚିକୋଟ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡ଼ଶଙ୍ଖ ଓ ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସକାଳ ୬ଟାରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପ୍ରଥମେ ଶ୍ରୀ ମନ୍ଦିର କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅବସରରେ ସଫେଇ ସଚେତନତା ରଥ ବଡ଼ଦାଣ୍ଡର ଏହି ୬ଟି ସ୍ଥାନରେ ବୁଲିବା ସହ ସ୍ବଚ୍ଛତା ବାର୍ତ୍ତା ବାଣ୍ଟିଥିଲା । ଏହି ଅବସରରେ ଏହି ସବୁ ୬ଟି ସ୍ଥାନରେ ସମବେତ ପ୍ରାର୍ଥନା କରାଯାଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବାସିନ୍ଦା, ଦୋକାନୀ, ଉଠା ଦୋକାନୀ, ହୋଟେଲ ବ୍ୟବସାୟୀ ପ୍ରମୁଖ ସ୍ବଚ୍ଛ ସବାରୀରେ ଆବର୍ଜନା ପକାଇବା ସହ ବଡ଼ଦାଣ୍ଡକୁ ସଫା ରଖିବା ନିମନ୍ତେ ଶପଥ ପାଠ କରାଯାଇଥିଲା। ଏଥିସହ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।

bjd
Sikshaya
ruchi

Leave A Reply

Your email address will not be published.