ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ନୀତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ନୀତି ପାଳିତ ହୋଇଛି। ବୁଧବାର ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନ ଶ୍ରୀରାଧାଷ୍ଟାମୀ ଉପଲକ୍ଷେ ସକାଳଧୂପ ସରିଲା ପରେ ଶ୍ରୀଦେବୀ ଆଜ୍ଞାମାଳ ପାଇ ସୁଶୋଭିତ
ପାଲିଙ୍କିରେ ମହାଲଷ୍ମୀ ମନ୍ଦିର ଜଗମୋହନରେ ପଡ଼ିଥିବା ଖଟକୁ ବିଜେ କରିଥିଲେ ଏହାପରେ ମାଜଣା ବଢି ଶୀତଳ ଭୋଗ,ବନ୍ଦାପନା ହୋଇଥିଲା ଏବଂ ମଧ୍ୟାନଧୂପ ଛେକ ଆସିଲାପରେଶ୍ରୀଦେବୀ ବହୁଡାବିଜ ହୋଇ ସିଂହାସନରେ ଶ୍ରୀ ଅଙ୍ଗଲାଗି ହାଇଥିଲେ। ମଧ୍ୟାନଧୂପ ସମାପନ ପରେ ଶ୍ରେଦବୀ,ଭୂଦେବୀ ଖଟଶେଜ ଘରକୁ ବିଜ ହୁଅନ୍ତେ ଶ୍ରୀସୁଦର୍ଶନ ଆଜ୍ଞାମାଳ ପାଇ ଦଇତାପତି ମାନଙ୍କ ଦ୍ୱାରା ଜଗମୋହନରେ ରହିଥିବା ଚଉଦୋଳ କୁ ଆସିଥିଲେ। ପତନି, ହରଡ଼ ମାଳା, କାମର ପଟି ଓ ଦୟଣ। ମାଳି ଲାଗି ବଢ଼ିଲାପରେ ଚୂଳଲାଗି ହୋଇଥିଲା। ଏହାପରେ ବିମାନବଡୁ ସେବକ ମାନଙ୍କ ଦ୍ୱରା ଚଉଦୋଳରେ ବାଲିସହିସ୍ଥ ବୃଗୁ ଆଶ୍ରମ ଏବଂ ଗୌଡ ବଡ ସହିସ୍ଥ ଜମ୍ବେଶ୍ୱରଙ୍କ ପାଣ୍ଡୁଆଶ୍ରମ ବିଜ ହୋଇଥିଲେ। ସେଠାରେ ପ୍ରସଦଲାଗି,ଶୀତଳ ଭୋଗ, ବନ୍ଦା ପାନ ବଢ଼ିଲାପରେ ଶ୍ରୀମନ୍ଦିରକୁ ବହୁଡାବିଜେ କରିଥିଲେ।

Leave A Reply

Your email address will not be published.