“ରାହୁଲଙ୍କ ରେପ୍ କ୍ୟାପିଟାଲ”

0

ସଂସଦର ଶୀତକାଳୀନ ଅଧିବେଶନର ଆଜି ହେଉଚି ଶେଷ ଦିନ । ଆଜି ଗୃହ ଆରମ୍ଭରୁ ହଙ୍ଗାମା ହୋଇଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ଗ-ହମନ୍ତ୍ରୀ ଅମିତ ଶାହା, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅନ୍ୟଦଶର ନେତାମାନେ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପ୍ରଶ୍ନକାଳ ଆରମ୍ଭରୁ ଲୋକସଭାରେ ବିଜେପି ସାଂସଦ ମାନେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଖୋବ ବର୍ଷିଥିଲେ । ରାହୁଲ ଗାନ୍ଧୀ କହିଥିଲେ ଭାରତ ହେଉଛୁ ରେପ କ୍ୟାପିଟାଲ । ତାଙ୍କର ଏହି ମନ୍ତବ୍ୟକୁ ମହିଳା ସାଂସଦ ମାନେ ଗୃହରେ ହୋଲସ୍ତୋଲ କରିଥିଲେ । ବିଜେପି ସାଂସଦମାନେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମଗିବାକୁ ଦାବି କରିଛନ୍ତି ।

ପ୍ରକାଶ ଥାଉକି,  ଆନ୍ଧ୍ରପ୍ରଦେଶରେ ପଶୁ ଡାକ୍ତର ପ୍ରିୟଙ୍କାକୁ ଗଣଦୁଷ୍କର୍ମ କରି ନିର୍ମନ ଭାବରେ ତିନିଜଣ ଯୁବକ ପୋଡି ମାରିଦେଇଥିଲେ । ଏହି ଘଟଣା ସାରା ଭାରତରେ  ଆଲୋଡନ ସୃଷ୍ଟି କରିଥିଲା । ଦୋଷୀମାନଙ୍କୁ ଖୁବ ଶୀଘ୍ର ଦଣ୍ଡଦେବାପାଇଁ ସମସ୍ତେ ଚାହୁଁଥିଲେ । ଏମିତିକି ଲୋକସଭାରେ ମଧ୍ୟ  ଏହି ଘଟଣାକୁ ନିନ୍ଦା କରାଯିବା ସହିତ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏହି କ୍ଷେତ୍ରରେ ଗୋଟିଏ ଦିନ ପରେ ପୁଣି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ପୁଣି ଘଟିଛି ହାଇଦ୍ରାବାଦ ଭଳି ଘଟଣା ଘଟିଥିଲା ।  ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ପେଟ୍ରୋଲ ଢାଳି ନିଆଁ  ଲଗାଇ ଦିଆଯାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଲକ୍ଷ୍ନୌ ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଗାଁ ନିକଟସ୍ଥ ବିଲରେ ଯୁବତୀଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ 5 ଆରୋପୀ । ସେମାନଙ୍କ ମଧ୍ୟରୁ 3ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇଜଣ ଫେରାର ଅଛନ୍ତି ।

ଯୁବତୀଙ୍କ ପ୍ରାୟ 90 ପ୍ରତିଶତ ଦେହ ପୋଡି ଯାଇଥିଲା । ପରେ ତାଙ୍କର ଡାକ୍ତରଖାନରେ ମୃତ୍ୟୁ ହୋଇଥିଲା । ସେପଟେ ନିର୍ଭୟା କାଣ୍ଡରେ ଆରୋପୀମାନଙ୍କୁ ଆଜି ପର୍ଯ୍ୟନ୍ତ  ଦଣ୍ଡ ମିଳିନି । ଏଭଳି  ସ୍ଥିତିରେ ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଉଥିବା ବେଳେ ରାହୁଲ ଗାନ୍ଧୀ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଭାରତ ବର୍ତ୍ତମାନ ରେପ କ୍ୟାପିଟାଲ ହୋଇଯାଇଛି । ତାଙ୍କର ଏହି ମନ୍ତବ୍ୟକୁ  ନେଇ ବିଜେପି ସାଂସଦମାନେ ଲୋକ ସଭାରେ ହୋହାଲ୍ଲା କରିଥିଲେ । ବାଚସ୍ପତି ଗୃହକୁ ସ୍ଥିଗିତ କରିଥିଲେ ।

Leave A Reply

Your email address will not be published.