ରାହୁଲଙ୍କ ଭାଲେଣ୍ଟାଇନ୍‌ ଡେ ସେଲିବ୍ରେଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭାଲେଣ୍ଟାଇନ୍‌ ଡେ ପାଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କୁ ଜଣେ ମହିଳା ଷ୍ଟେଜ୍‌ ଉପରେ କିସ୍‌ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ଭାବେ ସେୟାର ହେଉଛି ।

ଘଟଣା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାଟ ଗସ୍ତରେ ଯାଇଥିଲେ । ସେଠାରେ ସେ ଏକ ରାଲିରେ ସମ୍ବୋଧନ ଦେବାକୁ ପହଞ୍ଚିବା ସମୟରେ ତାଙ୍କୁ ସ୍ବାଗତ କରିବାକୁ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କୁ ଡକାଯାଇଥିଲା । ଏହି ସମୟରେ ଫୁଲହାର ନେଇ ଆସିଥିବା ମହିଳାଙ୍କ ମଧ୍ୟରୁ ଜଣେ ରାହୁଲଙ୍କୁ କିସ୍‌ କରିଥିଲେ । ଅବଶ୍ୟ ଏହାପରେ ରାହୁଲ ସାମାନ୍ୟ ଅପ୍ରତୁସ୍ତ ହୋଇ ପଡିଥିଲେ । ଏହାପରେ କର୍ମୀମାନେ କଂଗ୍ରେସ ଜିନ୍ଦାବାଦ କହି ମଞ୍ଚ ଉପରୁ ଓହ୍ଲାଇ ଯାଇଥିଲେ । ତେବେ ସେ ସମୟରେ କ୍ୟାମେରାରେ କଏଦ ହୋଇଥିବା ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଦେଖିବା ପରେ କିଏ କେତେ ପ୍ରକାର କମେଣ୍ଟ ଦେଉଛନ୍ତି । ମହିଳା ଜଣକ ହେଉଛନ୍ତି କଶ୍ମୀରା ମୁନ୍ସି । ସେ ପୂର୍ବରୁ ମହିଳା କେଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଭାବେ କାମ କରିଥିବା ବେଳେ ଗାନ୍ଧୀ ପରିବାର ସହ ତାଙ୍କର ପୂରୁଣା ବନ୍ଧୁତା ରହିଥିବା କୁହାଯାଉଛି ।

Leave A Reply

Your email address will not be published.