ହିନ୍ଦୀ ଶିକ୍ଷକଙ୍କ ସମ୍ପତ୍ତି ଟପିଲା ୪.୯୩ କୋଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କ ସମ୍ପତ୍ତି ଟପିଲା ୪.୯୩ କୋଟି । ଭରବଙ୍କନନ୍ଦ ସାହୁଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମାନଗର ଠାରେ ୫ ମହଲା କୋଠା ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଥିବା ଆକଳନ କରାଯାଇଛି ।

ସେହିପରି ବୈକୁଣ୍ଠନଗର ଦ୍ୱିତୀୟ ଲେନ ସ୍ଥିତ ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ ଥିବା ବେଳେ ଗୋପଳପୁର, ଭୁବନେଶ୍ୱର, ପୁରୀ, ସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଭିଜିଲାନ୍ସ ଏସ୍ପି ଅନୀଲ ପାତ୍ରଙ୍କ ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି ।

Barta
Sikhsya

Leave A Reply

Your email address will not be published.