୪୪ ବର୍ଷ ପରେ ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମଡୀ)ର ରିପୋର୍ଟ ଅନୁସାରେ ଭାରତରେ ଗତ ୪୪ ବର୍ଷ ପରେ ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା ହୋଇଛି। ବର୍ଷା ଏତେ ମାତ୍ରାରେ ହୋଇଛି ଯେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଆଇଏମଡୀ ଅନୁସାରେ, ଅଗଷ୍ଟ ୨୮ ପର୍ଯ୍ୟନ୍ତ ୨୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହାପୂର୍ବରୁ ୧୯୮୩ ଅଗଷ୍ଟରେ ୨୩.୮ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିଲା। ଏଥିସହିତ ଚଳିତ ବର୍ଷ ଜୁନରେ ୧୭ ଓ ଜୁଲାଇରେ ୧୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ଜଣାପଡ଼ିଛି। ସୀଡବ୍ଲ୍ୟୁସୀ କହିଛି କି, ଗଙ୍ଗା, ନର୍ମଦା, ତାପ୍ତୀ, ମାହୀ, ସାବରମତୀ, କଚ୍ଛ, ଗୋଦାବରୀ, କୃଷ୍ଣା ଓ ମହାନଦୀରେ ଜଳସ୍ତର ସାମାନ୍ୟ ଅଧିକ ରହିଛି। ଅନ୍ୟପଟେ ଜମ୍ମୁ କଶ୍ମୀର, ମଣିିପୁର, ମିଜୋରାମ ଓ ନାଗାଲାଣ୍ଡରେ ଚଳିତ ବର୍ଷ କମ୍ ବର୍ଷା ହୋଇଛି। ଦେଶରେ ସାମାନ୍ୟସ୍ତରରେ ମୌସୁମୀ ଜଳବାୟୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିଥାଏ।

Leave A Reply

Your email address will not be published.