ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ ବା ଜାତୀୟ ନିରାପତ୍ତା ଆଇନ୍ । ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ କମିସନରେଟ୍ଏ ପୁଲିସ ଏହି ପଦକ୍ଷେପ ନେଇଛି । ଏନ୍ଏସ୍ଏ ଲାଗୁ କରିବାକୁ ସର୍ବପ୍ରଥମେ କୋର୍ଟରେ ଆବେଦନ ହୋଇଥିଲା । ତାର ସମସ୍ତ କେସ୍ ରେକର୍ଡ ଯାଞ୍ଚ କରିବା ପରେ କମିସନରେଟ୍ ପୁଲିସର ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ,କମିସନରେଟ୍ ପୁଲିସ ଗତ ଅକ୍ଟୋବର ମାସରେ ଏକ ନୂଆ ମିସନ୍ ଆରମ୍ଭ କରିଥିଲା । ‘ଦାଦାବଟିକୁ ନା’ ମିସନ୍ର ପ୍ରଥମ ଶିକାର ହୋଇଥିଲେ ରାଜା ଆଚାର୍ଯ୍ୟ । ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ୍ ଥାନା ପୁଲିସ୍ ତାକୁ ଗିରଫ କରିଥିଲା ।