ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ୮ ମାସ ପରେ ପୁରୀରେ ପହଂଚିଲେ ତିନି ବନ୍ଧୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜସ୍ତାନର କରୋଲି ଜିଲ୍ଲାରୁ ଦଣ୍ଡ ପ୍ରଣାମ କରି ନଭେମ୍ବର ୩ ୨୦୧୯ ରେ ଜଗନ୍ନାଥ ଙ୍କ ଦର୍ଶନ ଉଦ୍ୟେଶ ରେ ବାହାରିଥିବା ୩ ବନ୍ଧୁ ଜୟସିଂହ, ରାମ ସିଂ ଏବଂ ବତୁ ଲାଲ ପୁରୀ ରେ ପହଁଚି ଗତକାଲି ପୁରିସେବା ସମିତିରେ ରାତ୍ରିଯାପନ କରିଥିଲେ।
ବୁଧବାର ସକାଳୁ ମହୋଦଧିରେ ସ୍ନାନକରି ପତିତପାବନଙ୍କୁ ଦର୍ଶନ କରିଥିଲେ। ଅପରାହ୍ନ ରେ ପୁନର୍ବାର ଦର୍ଶନ କରିବାକୁ ଯାଇଥିବା ସମୟରେ,ରାଧାଷ୍ଟମୀରେ ପ୍ରଭୁ ସୁଦର୍ଶନ ଉଗ୍ରସେନ ଏବଂ ପଣ୍ଡୁ ଆଶ୍ରମ ଯାଉଥିବା ସମୟରେ ସ୍ୱୟଂ ଆସି ଦର୍ଶନ ଦେବା ସେମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଇଥିଲା। ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା,ମାଧବ ମିହପାତ୍ର ଶ୍ରୀମନ୍ଦିର ନିକଟରେ ଖଣ୍ଡୁଆ ଏବଂ ମହାପ୍ରସାଦ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ସେମାନେ ଗୋବରଧନ ପୀଠ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦର୍ଶନ କରିଥିଲେ।

Leave A Reply

Your email address will not be published.