ଅଭିନୟ ଜଗତକୁ ବାଏ ବାଏ କହିବେ ରଜନୀକାନ୍ତ !

ସୁପରଷ୍ଟାର୍ ରଜନୀକାନ୍ତ। ସେ ଦକ୍ଷିଣ ବ୍ୟତୀତ ହିନ୍ଦୀ ଫିଲ୍ମରେ ନିଜର ଦମଦାର ଅଭିନୟ ଦେଖାଇଛନ୍ତି। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହଁନ୍ତି ବିଦେଶରେ ମଧ୍ୟ ରହିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନେତା ଲୋକେଶ କନଗରାଜଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି।
ଏହି ଫିଲ୍ମ ରଜନୀକାନ୍ତଙ୍କ କ୍ୟାରିୟରର ଶେଷ ଫିଲ୍ମ ହୋଇପାରେ ବୋଲି କୁହାଯାଉଛି । ଏହା ପରେ ସେ ଅବସର ନେଇପାରନ୍ତି।
ରଜନୀକାନ୍ତ ଦକ୍ଷିଣର ଏପରି ଜଣେ ସୁପରଷ୍ଟାର, ଯାହାଙ୍କୁ ଆଜିବି ପରଦାରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରନ୍ତି। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଏହା ଲୋକେଶ କନଗରାଜଙ୍କ ସହ ଅଭିନେତାଙ୍କ ଶେଷ ଫିଲ୍ମ ହେବାକୁ ଯାଉଛି। ଜଣାଶୁଣା ତାମିଲ ଫିଲ୍ମ ନିର୍ମାତା ମିସସ୍କିନ୍ ଏହି ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଜନୀକାନ୍ତ ତାଙ୍କର ୧୭୧ ତମ ଫିଲ୍ମ ‘ଥଲାଭର ୧୭୧’ ପାଇଁ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ନଜର ଆସିବେ। ତେବେ ଏପର୍ଯ୍ୟନ୍ତ କୌଣସି ସଠିକ୍ ସୂଚନା ଆସିନାହିଁ।