ଭଦ୍ରକରେ ଭଦ୍ରକାଳୀ ଦର୍ଶନ ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ, ରାଜନାଥ ସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକରେ ପହଞ୍ଚିବାପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ସେ ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ । ମଧ୍ୟାହ୍ନରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ଙ୍କୁ ଦର୍ଶନ କରିଥିଲେ । 

ଏହାପରେ ରାଣୀତାଲଠାରେ ଆୟୋଜିତ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ରାଜନାଥ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଭାଜପାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରାୟ ୨୫ହଜାର କର୍ମୀ ଯୋଗଦେଇ ଥିବା ବେଳେ ଆଇନଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.