ରଜନୀକାନ୍ତଙ୍କ ୟୁ-ଟର୍ଣ୍ଣ: ଗଢିବେନି କୌଣସି ରାଜନୈତିକ ଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁପରଷ୍ଟାର ରଜନୀକାନ୍ତ ନୂଆ ରାଜନୈତିକ ଦଳ ଗଢିବେନି। ସ୍ୱାସ୍ଥ୍ୟଗତ କାରଣ ଦେଖାଇ ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଦଳ ନ ଗଢିବା ସହ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ତେବେ ତାମିଲନାଡୁ ଲୋକଙ୍କ ପାଇଁ ସେ କାମ କରିବେ ବୋଲି ଏକ ବୟାନ ଜାରି କରିଛନ୍ତି।
ରଜନୀକାନ୍ତ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହୁନାହିଁ। ଆଗକୁ ରାଜନୈତିକ ଦଳ ଗଠନ କରିବା ସମ୍ଭବ ନୁହେଁ। ତେଣୁ ସେ ରାଜନୀତି କରିବେ ନାହିଁ କିନ୍ତୁ ଲୋକଙ୍କ ପାଇଁ ସେବା ଜାରି ରଖିବେ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ରେ ରଜନୀକାନ୍ତ ତାଙ୍କ ନୂଆ ରାଜନୈତିକ ଦଳର ଘୋଷଣା କରିଥାନ୍ତେ। ଆଗାମୀ ବିଧାନସଭା ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରତିନିଧିତ୍ୱ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେ ତାଙ୍କ ସମର୍ଥକ, ଫ୍ୟାନ୍ସଙ୍କ ସହିତ ଦୀର୍ଘ ଦିନ ଧରି ସାକ୍ଷାତ କରିଆସୁଥିଲେ। ଯେଉଁଥିରେ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତି ଚାଲିଥିଲା। ତେବେ ନିକଟରେ ଅଚାନକ ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ ମିଳିଛି।

bjd
Sikshaya
ruchi

Leave A Reply

Your email address will not be published.