୩୦ କଂଗ୍ରେସ ବିଧାୟକ ସହ ସଚିନ ପାଇଲଟ୍ ଧରିପାରନ୍ତି ବିଜେପି ହାତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସଚିନ ପାଇଲଟ ବିଜେପିରେ ଯୋଗ ଦେଇପାରନ୍ତି । ପାଇଲଟ କ୍ୟାମ୍ପର ୨୭ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ଏହା ବ୍ୟତୀତ ତିନିଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ତାଙ୍କ ସହ ୩୦ ଜଣ ବିଧାୟକ ଅଛନ୍ତି ବୋଲି ସଚିନ ପାଇଲଟ ଦାବି କରିଛନ୍ତି । ସଚିନ ପାଇଲଟଙ୍କ କ୍ୟାମ୍ପର ବିଧାୟକମାନେ ଆଜି ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ସୋମବାର ସକାଳେ ହେବାକୁ ଥିବା କଂଗ୍ରେସ ବିଧାୟକ ଦୈଳ ବୈଠକର ଠିକ୍ ପୂର୍ବରୁ ସଚିନ ପାଇଲଟଙ୍କ ଶିବିରର ବିଧାୟକମାନେ ରବିବାର ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ । ଏହାପୂର୍ବରୁ ସଚିନ ପାଟଲାଟ କହିଥିଲେ ଯେ. ସେ କଂଗ୍ରେସ ବିଧାୟକ ଦଳ ବୈଠକରେ ସେ ଯୋଗଦେବେ ନାହିଁ । ସୋମବାର ସକାଳ ୧୦ଟା ୩୦ରେ ବିଧାୟକଦଳ ବୈଠକ ହେବ । ସଚିନ୍ ପାଇଲଟ୍ ଏବେ ଦିଲ୍ଲୀରେ ଅଛନ୍ତି । ସେ ଜୟପୁର ଯାଉନାହାଁନ୍ତି । ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ପାଇଲଟ ଦିଲ୍ଲୀରେ ଅଛନ୍ତି । କିନ୍ତୁ ଆଜି ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିନାହାଁନ୍ତି ।

Leave A Reply

Your email address will not be published.