କରୋନା ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରହିଛି। ନିର୍ବାଚନ କମିଶନ ମାର୍ଚ୍ଚ ୩୧ ପରେ ସ୍ଥିତି ସମୀକ୍ଷାକରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଆଜି ନିର୍ବାଚନ କମିଶନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, “ଜନସ୍ୱାସ୍ଥ୍ୟ ସ୍ଥିତି ବର୍ତ୍ତମାନ ଜରୁରୀକାଳୀନ ହୋଇପଡ଼ିଥିବାରୁ ଏକତ୍ରତ ହେବାର ସମ୍ଭାବନାକୁ ଏଡ଼ାଇବାକୁ ହେବ। ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୩ଟି ଲେଖାଏ, ଝାରଖଣ୍ଡରେ ୨ଟି ଆସନ ଏବଂ ମଣିପୁର ଓ ମେଘାଳୟରେ ଗୋଟିଏ ଲେଖାଏ ଆସନ ପାଇଁ ନିର୍ବାଚନ ହେବାର ଅଛି।

ସୂଚନାଯୋଗ୍ୟ, ରାଜ୍ୟସଭାର କିଛି ସଦସ୍ୟଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଏହି ନିର୍ବାଚନ ହେବାର ଥିଲା। ୧୭ ରାଜ୍ୟରେ ଏଥିପାଇଁ ୫୫ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଏଥିରୁ ୩୭ ଜଣ ନିର୍ଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଥିଲେ। ଗୁରୁବାର ୧୮ଟି ଆସନ ପାଇଁ ନିର୍ବାଚନ ହେବାର ଥିଲା। ବୁଧବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା।

Leave A Reply

Your email address will not be published.