ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁଁ , ଟିଭି ପ୍ରସାରଣ ବନ୍ଦ କରାଇଲେ ଉପରାଷ୍ଟ୍ରପତି

0

ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍‌  ଗୃହମନ୍ତ୍ରୀ ଅମିତ ଶାହା ଆଗତ କରିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପାଟିତୁଣ୍ଡ ଏତେ ବଢିଯାଇଥିଲା ଯେ ରାଜ୍ୟସଭା ଟିଭି ପ୍ରସାରଣ ବନ୍ଦ କରାଇଥିଲେ ଭେଙ୍କେୟା ନାଇଡୁ ।   ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘେରିଛନ୍ତି । ତେବେ ଆଜି ପରିସ୍ଥିତି ଏତେ ସରଗରମ ହୋଇଥିଲା ଯେ ବାଧ୍ୟ ହୋଇ ରାଜ୍ୟସଭା ଟିଭିର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ।

ଏହି ବିଲ ଉପରେ ଅମିତ ଶାହା ନିଜର ବକ୍ତବ୍ୟ ରଖୁଥିବାବେଳେ କଂଗ୍ରେସ, ଡିଏମକେ, ଟିଏମସି, ଆରଜେଡି, ବିଏସପି, ଏସପି ପରି ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରୁଥିଲେ ଓ ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଚେତାବନୀ ଦେବା ସହ ସେମାନଙ୍କ ବକ୍ତବ୍ୟ ରେକର୍ଡକୁ ଯିବନାହିଁ ବୋଲି କହିଥିଲେ । ଏହି ସମୟରେ ସେ ଲାଲ ଆଲୋକ ଦବାଇଥିଲେ । ଏହାର ଅର୍ଥ ହେଉଛି ପ୍ରସାରଣ ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଲେ ।

Leave A Reply

Your email address will not be published.