ବର୍ତମାନ ପାଗ ପରିବର୍ତନ ପାଇଁ ହେଉଥିବା ଜ୍ୱର ପାଇଁ ରାମବାଣ ସାଜିବ ଏହି ଘରୋଇ ନୁସ୍କା

0

ପରିବର୍ତ୍ତନଶୀଳ ପାଣିପାଗ ସହିତ ଅଧିକାଂଶ ସମୟରେ ଆମେମାନେ ରୋଗାକ୍ରାନ୍ତ ହୋଇ ପଡ଼ିଥାଉ। ବିଶେଷ କରି ଖରା ଓ ବର୍ଷା କାରଣରୁ ଲୋକମାନଙ୍କ ଶରୀରରେ ରୋଗ ପ୍ରତିରେଧକ ଶକ୍ତି କମିଯାଇଥାଏ। ଯାହା ଫଳରେ ଲୋକମାନେ ବିଭିନ୍ନ ରୋଗରେ ପଡ଼ିଥାନ୍ତି। ବିଶେଷ କରି ଏହି ସମୟରେ ଅଧିକାଂସ ସମୟରେ ଜ୍ୱରରେ ପଡ଼ିଥାଏ। ତେବେ ଏହି ଭାଇରାଲ ରୋଗ, ଜ୍ୱରର ଚିକିତ୍ସା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାରର ଔଷଧ ଲେଖିଥାନ୍ତି। ଏହା ସହିତ ଆପଣ ମାନେ ମଧ୍ୟ ଅନେକ ସମୟରେ ଘରୋଇ ଉପଚାର ମଧ୍ୟ କରିଥାନ୍ତି। ତେବେ ଆଜି ଆପଣଙ୍କୁ କହିବୁ ଯେ ଘରୋଇ ଉପଚାର କିପରି କଲେ ଶୀଘ୍ର ଆଶ୍ୱସ୍ତି ଲାଭ କରିବେ।

ମେଥି ଚା’:
ଜ୍ୱରରୁ ମୁକ୍ତି ପାଇବାକୁ ହେଲେ ଆପଣ ମେଥିର ଚା’କୁ ସେବନ କରିପାରିବେ। ଏପରି କରିବା ଦ୍ୱାରା ଆପଣ ଖୁବଶୀଘ୍ର ଆଶ୍ୱସ୍ତି ଲାଭ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ କପ ଗରମ ପାଣି ନେବାକୁ ହେବ। ଏହା ପରେ ସେଥିରେ ଗୋଟିଏ ଚାମଚ ମେଥି ପକାନ୍ତୁ। ଏହାକୁ ଭଳ ଭାବେ ଫୁଟାନ୍ତୁ। ଏହାକୁ ଛାଣି କରି ପିଅନ୍ତୁ। ପିଇବା ଦ୍ୱାରା ଆପଣଙ୍କୁ ଭାଇରାଲ ଜ୍ୱରରୁ ମୁକ୍ତି ମିଳିବ।

ତୁଳସୀ:
ଭାଇରାଲ ଜ୍ୱରରୁ ମୁକ୍ତି ପାଇବାକୁ ପାଇଁ ତୁଳସୀ ପତ୍ରର ରସ ସେବନ କରିବା ଶରୀର ପାଇଁ ବେଶ ଲାଭ ଦାୟକ ହୋଇଥାଏ। ଏଥିପାଇଁ ପ୍ରତିଦିନ ଖାଲି ପେଟରେ ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ଏହା ବ୍ୟତୀତ ତୁଳସୀ ପତ୍ରର ରସକୁ ଲବଙ୍ଗ ଗୁଣ୍ଡ ସହିତ ମିଶାଇ ପାନ କରନ୍ତୁ। ଏପରି କରିବା ଦ୍ୱାରା ଜ୍ୱରରୁ ମୁକ୍ତି ମିଳିବ।

ସୁଣ୍ଠି ଓ ହଳଦୀ ଗୁଣ୍ଡକୁ ପାନ କରନ୍ତୁ:
ହଳଦୀ ଓ ସୁଣ୍ଠିର ମିଶ୍ରଣ ପାଉଡରକୁ ସଂକ୍ରମଣ ଜନିତ ରୋଗ ପାଇଁ ନେଇ ପାରିବେ। ସଂକ୍ରମଣ ରୋଗ ପାଇଁ ଏହା ବେଶ ଉପାଦେୟ। ହଳଦୀ ଓ ସୁଣ୍ଠିର ମିଶ୍ରଣରୁ ଏକ ଚାମଚ କପେ ପାଣିରେ ପକାଇ ଗରମ କରନ୍ତୁ। ଭଲଭାବେ ଗରମ ହୋଇଯିବା ପରେ ଏହାକୁ ଛାଣି ନିଅନ୍ତୁ ଓ ପିଅନ୍ତୁ। ଏହା ଗଳା, କଫ ଆଦିରୁ ମୁକ୍ତି ଦେବ।

ମହୁ ଓ ଗୋଲମରିଚ ଗୁଣ୍ଡର ମିଶ୍ରଣ:
ଭାଇରାଲ ଜ୍ୱରରୁ ମୁକ୍ତି ପାଇବା ପାଇଁ ଗୋଲମରିଚ ବେଶ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ପାଇଁ ମହୁକୁ ସାମାନ୍ୟ ଗରମ କରନ୍ତୁ। ଏଥିରେ କିଛି ଗୋଲମରିଚର ପାଉଡର ମିଶାଇ ଏହାକୁ ଖାଆନ୍ତୁ। ଏହା ସଂକ୍ରମଣରୁ ମୁକ୍ତି ପାଇବ।

SOA post below
Leave a comment