ଚମ୍ପଟ ମାରିଲା କୋର୍ଟରୁ ଗିରଫ ହେଲା ଟାଙ୍ଗିରୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଥିଲା । ପୋଲିସକୁ ଚକମା ଦେଇ ପାଚେରୀ ଡେଇଁ ରଂଜନ ମାର୍ଥା ନାମକ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯାଇଥିଲା ।

ଏନେଇ ବଡଗଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାକୁ ଧରିବାକୁ ପୁରା ଜୋର ଲଗାଇଥିଲା । ଟାଙ୍ଗିଥାନା ଅନ୍ତର୍ଗତ ତା ନିଜ ଗାଁ ଛଗଡିପୁରରୁ ପୋଲିସ ତାକୁ କଲି ରାତିରେ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ଏଭଳି ଘଟଣା ନୂଆ ନୁହେଁ ବରଂ ପୂର୍ବରୁ ଅନେକ ଥର ଏପରି ଘଟିଛି । ଏନେଇ ସାଙ୍ଘାତିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । କେତେବେଳେ ଦୁଇଜଣ ଆଉ କେତେବେଳେ ଚାରିଜଣ କନେଷ୍ଟବଳଙ୍କୁ ସସପେଣ୍ଡ ବି କରାଯାଇଛି। ଏହାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ହେଉଛି ।

ଘଟଣା କ୍ରମେ

ଖୋର୍ଦ୍ଧା ଟାଙ୍ଗି ଥାନା ପୋଲିସ ଏକ ନାବାଳିକା ବଳାତ୍କାର ମାମଲାରେ ବିଚାରଧୀନ କଏଦୀ ରଂଜନ ମାର୍ଥାକୁ ଗିରଫ କରିଥିଲା । ସେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଥିଲା । ଗୁରୁବାର ମାମଲାର ଶୁଣାଣୀ ଥିବାରୁ କଏଦୀ ପୋସ୍କୋ କୋର୍ଟରେ ହାଜର ହେବାକୁ ଆସିଥିଲା । କୋର୍ଟ ପରିସରରେ ଥିବା ବେଳେ ହଠାତ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । ପୋଲିସ ତାକୁ ପିଛା କରିଥିଲେ ମଧ୍ୟ ସେ ସହରର ଭିଡ ଭିତରେ ଖସି ପଳାଇଯାଇଥିଲା ।

Leave A Reply

Your email address will not be published.