କ୍ଷମା ମାଗିଲେ ରଣବୀର କପୁର

0

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ପ୍ରଶଂସକ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଖୁସି ଖବର ସହିତ ରଣବୀର ଏବଂ ଆଲିଆଙ୍କ ପ୍ରଥମ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’କୁ ମଧ୍ୟ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ନିକଟରେ ଦମ୍ପତିଙ୍କୁ ଏହି ଚଳଚ୍ଚିତ୍ର ପ୍ରମୋସନ ପାଇଁ ଏକାଠି ଦେଖିବାକୁ ମିଳିଥିଲା, ଯେଉଁଠାରେ ରଣବୀର ପତ୍ନୀ ଆଲିଆଙ୍କ ଗର୍ଭବତୀ କାରଣରୁ ବଢୁଥିବା ପେଟକୁ ନେଇ ଥଟ୍ଟା କରିଥିଲେ । ବର୍ତ୍ତମାନ ରଣବୀର ସର୍ବସାଧାରଣରେ ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ରଣବୀର ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ ପାଇଁ ଆଲିଆ ଭଟ୍ଟଙ୍କ ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଏହା ବିଷୟରେ ତାଙ୍କର କୌଣସି ଧାରଣା ନଥିଲା ଏବଂ ସେ ଏହାକୁ କେବଳ ଥଟ୍ଟା ଭାବରେ ଗ୍ରହଣ କରିଥିଲେ । ଶେଷରେ ସେ କହିଛନ୍ତି ଯେ, ସେହି ଖରାପ ଥଟ୍ଟା ପାଇଁ ସେ ଆଲିଆ ଭଟ୍ଟଙ୍କ ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗୁଛନ୍ତି ।

ଉଲ୍ଲେଖନୀୟ ଯେ, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶମଶେରା’ ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଉପରେ ବହୁତ ଆଶା ରଖିଛନ୍ତି । ଏବେ ଦମ୍ପତି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ରଣବୀର କପୁର ପ୍ରଥମେ ଚେନ୍ନାଇ ଯାଇଥିଲେ। ଏଠାରେ ସେ ଏକୁଟିଆ ନୁହଁନ୍ତି ବରଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦମଦାର ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି ଏବଂ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହ ପହଞ୍ଚିଛନ୍ତି।

SOA post below
Leave a comment