ଅସହାୟ ଶବର ଅନ୍ତିମ ସଂସ୍କାର କଲେ ରେଙ୍ଗାଲି ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁସଂସ୍କାର ସମାଜକୁ ଏଭଳି ଭାବେ କଳୁଷିତ କରି ଚାଲିଛି ଯଦ୍ୱାର ମଣିଷ ନିଜର ମଣିଷତ୍ବକୁ ଭୁଲି ଗଲାଣି । କେଉଁଠି ସାମାଜିକ ବାଛନ୍ଦ ଯୋଗୁଁ ଶାଳୀର ଶବକୁ ଭିଣେଇ ସାଇକେଲରେ ବୋହି ନେଉଥିବା ବେଳେ ଆଉ କେଉଁଠି ଅସହାୟଙ୍କ ଶବ ମଶାଣୀ ଯାଏ ନେବାକୁ ଚାରି କାନ୍ଧ ମିଳୁନି । ଏଭଳି ସମୟରେ ଜଣେ ଅସହାୟ ମହିଳାଙ୍କ ଶବକୁ କାନ୍ଧ ଦେବା ସହ ଅନ୍ତିମ ସଂସ୍କାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ ।

ଘଟଣା ମୁତାବକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲଇଡା ଅମନାପାଲି ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୁଡିଆରେ ଏକ ଅସହାୟ ଦମ୍ପତି ରହୁଥିଲେ । ଗାଁ ଗାଁ ବୁଲି ଏହି ଦମ୍ପତି ଭିକ ମାଗି ଚଳୁଥିଲେ । ଗୁରୁବାର ସକାଳୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଶବ ସତ୍କାର କରିବାକୁ କେହି ବାହାରିଲେ ନାହିଁ । ଖବରପାଇଁ ରେଙ୍ଗାଲି ବିଧାୟକ ପଟୁଆ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ ଏବଂ ପୁଅ ରାହୁଲ , ପୁତୁରା ବାଦଲ ଓ ବନ୍ଧୁ ଭାରତ କରାଲିଙ୍କୁ ନେଇ ବୃଦ୍ଧାଙ୍କ କୁଡିଆରେ ପହଞ୍ଚି ଥିଲେ । ସେଠାରୁ ମୃତଦେହକୁ କାନ୍ଧେଇ ନିକଟସ୍ଥ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

Sikshaya
Leave A Reply

Your email address will not be published.