୬୫ ବର୍ଷୀୟ ବୃଦ୍ଧ ଙ୍କ ଦୁଷ୍କର୍ମ ଉଦ୍ୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ବୟସ ବୃଦ୍ଧି ହେଲେ ମଣିଷ ର ଅଭିଜ୍ଞତା ମଧ୍ୟ ବୃଦ୍ଧି ପାଏ। ସେଥିପାଇଁ କୌଣସି କାମ କରିବା ପୂର୍ବରୁ ବଡ଼ ମାନଙ୍କର ଉପଦେଶ ନିଆଯାଏ । ମାତ୍ର ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ଦୁଷ୍କର୍ମ ପରି ଘୃଣ୍ୟ ଘଟଣା ସାମ୍ନାକୁ ଆସୁଛି। ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଥବା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇଛି।

ଘଟଣା କ୍ରମେ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ
ଜଳ ବେନ୍ୟା ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀଙ୍କ ଅଭିଯୋଗ ଅନୁସାରେ ଗତ କାଲି ରାତିରେ ସେ ଶୋଇଥିବା ବେଳେ ସେହି ସାହିର ଜଳ ବେନ୍ୟା ନାମକ ଜଣେ ବୃଦ୍ଧ ତାଙ୍କସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ବେନ୍ୟା ସେସ୍ଥାନରୁ ପଳାଇ ଯାଇଥିଲା।
ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜଳ ବେନ୍ୟା କୁ ଗିରଫ କରିଛି।

Leave A Reply

Your email address will not be published.