ବସ ଭିତରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲି ରାଜଧାନୀ ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଘରୋଇ ବସ ବରମୁଣ୍ଡା ବସଷ୍ଟାଣ୍ଡ ରେ ଅପେକ୍ଷାରତ ଥିଲା। ଏହି ସମୟରେ ଜଣେ ଯୁବତୀ କେନ୍ଦୁଝର ଯିବାପାଇଁ ସେହି ବସ ରେ ଚଢ଼ିଥିଲେ। ସେତେବେଳେ ବସରେ ଅନ୍ୟକୌଣସି ଯାତ୍ରୀ ନଥିବାରୁ ଯୁବତୀଙ୍କୁ ଏକୁଟିଆ ଦେଖି ବସର କଣ୍ଡକ୍ଟର ବଳାତ୍କାର ଉଦ୍ୟମ କରିଥିଲା। ଯୁବତୀ ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଘଟଣା କ୍ରମେ

ନିଜ ଘର କେନ୍ଦୁଝରକୁ ଯିବା ପାଇଁ ଜନୈକା ଯୁବତୀ ବରମୁଣ୍ଡା ବସ ଷ୍ଟାଣ୍ଡରୁ ଏକ ବସରେ ଚଢିଥିଲେ। ସେତେବେଳେକୁ ବସରେ ଅନ୍ୟ କେହି ପାସେଞ୍ଜର ନଥିବାର ସୁଯୋଗ ନେଇ କଣ୍ଡକ୍ଟର ଜଣଙ୍କ ଯୁବତୀଙ୍କୁ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ କରିଥିଲା। ଯୁବତୀ ଜଣଙ୍କ ଏ ନେଇ ଚିତ୍କାର କରିବାରୁ କଣ୍ଡକ୍ଟର ଜଣଙ୍କ ତାକୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ବସରୁ ଓହ୍ଲାଇ ଯିବାକୁ କହିଥିଲା। ଏହି ସମୟରେ କେତେଜଣ ଯାତ୍ରୀ ବସରେ ଚଢ଼ିବାରୁ କଣ୍ଡକ୍ଟର ଜଣଙ୍କ ଚୁପ ହୋଇ ଯାଇଥିଲା। ତେବେ ଯୁବତୀ ଜଣଙ୍କ କେନ୍ଦୁଝର ଯାଉଥିବା ବେଳେ କଣ୍ଡକ୍ଟର ଜଣଙ୍କ ତାଙ୍କୁ ଅଧରାସ୍ତାରେ ଜବରଦସ୍ତି ଓହ୍ଲାଇ ଦେଇଥିଲେ। ପରେ ସେ କେନ୍ଦୁଝର ରେ ପହଞ୍ଚି ନିଜ ପରିବାର ସହ ଥାନାରେ ଏତଲା ଦେଇଛନ୍ତି।

Leave A Reply

Your email address will not be published.