ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନୂଆପଡ଼ା ଜିଲ୍ଲାର ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି ବିଚାରପତି | ଆଜି ଜିଲ୍ଲାର ସ୍ବତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ବି ମହାପାତ୍ର ଏହି ଦଣ୍ଡ ଘୋଷଣା କରିଛନ୍ତି |
୨୦୧୮ ଡିସେମ୍ବର ମସିହାରେ ନୂଆପଡ଼ା ଥାନା ଅଞ୍ଚଳର ଏକ ଗାଁର ନାବାଳିକାଙ୍କୁ ଚନାମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନ ମାଝୀ (୨୪) ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ ଦୁର୍ଯ୍ୟୋଧନ ମାଝୀଙ୍କ ନାମରେ ନୂଆପଡ଼ା ଥାନାରେ କେଶ ନଂ ୧୮୪/୧୮ ଏକ ମାମଲା ରୁଜୁ ହୋଇଥିଲା। ଆଜି ନୂଆପଡ଼ା ସ୍ବତନ୍ତ୍ର ପୋସ୍କୋ କୋର୍ଟରେ ଏହି ମାମଲାର ଶୁଶାଣି ହୋଇ ଅଭିଯୁକ୍ତ ଦୁର୍ଯ୍ୟୋଧନ ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି | ଏହା ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ବିଚାରପତି ବି ମାହାପାତ୍ର ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.