ଛୁଆ ମୁଣ୍ଡରେ ବନ୍ଧୁକ ଲଗାଇ ମାଆକୁ ଗଣଦୁଷ୍କର୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବନ୍ଧୁକ ମୁନରେ ଲୁଟିଲା ମହିଳାଙ୍କ ଇଜତ। ବିହାରର ମୁଜାଫରପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଏଠାରେ କେତେକ ଅସାମାଜିକ ବ୍ୟକ୍ତି ଘରେ ପଶି ଜଣେ ବିବାହିତା ମହିଳାଙ୍କ ୬ମାସର ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମର ଭିଡିଓ କରି ଏହାକୁ ଭାଇରାଲ୍ ମଧ୍ୟ କରିଛନ୍ତି। ଏହି ମାମଲାରେ ପୋଲିସ୍ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ମହିଳାଙ୍କୁ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ୧୯ରୁ ୨୧ବର୍ଷର। କରଜା ଥାନା ଅଞ୍ଚଳର ଏକ ଗାଁର ମହିଳା ନିଜ ଘରେ ଏକୁଟିଆ ରୁହନ୍ତି। ତାଙ୍କ ସ୍ବାମୀ ବାହାରେ ଦିନମଜୁରିଆ କାମ କରନ୍ତି। ଅଗଷ୍ଟ ୧୨ତାରିଖରେ ଗାଁର ୫ଜଣ ଯୁବକ ଚୁନଚୁନ କୁମାର,ଲାଲବାବୁ କୁମାର,ସାଜନ କୁମାର,ଶ୍ରୀରାମ କୁମାର ଏବଂ ଶିବା କୁମାର ରାତିରେ ଘରେ ରାତିରେ ପଶି ଆସିଥିଲେ। ଚୁନଚୁନ ମହିଳାଙ୍କ ୬ମାସର ଶିଶୁଙ୍କୁ ମୁଣ୍ଡରେ ପିସ୍ତଲ୍ ରଖି ନିଜ ପାଖକୁ ନେଇଯାଇଥିଲା ଏବଂ ଜଣ ଜଣ କରି ୫ଜଣ ମହିଳାଙ୍କୁ ଗଣ-ଦୁ​‌ଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ବୟାନରେ ପୋଲିସ୍ ମାମଲା ରୁଜୁ କରିଛି। ମହିଳାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।

ଏହି ଘଟଣା ପୂରା ଅଞ୍ଚଳକୁ ଦୋହଲାଇ ରଖି ଦେଇଛି। ଲୋକେ ଅତି ଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.