ଭିନ୍ନକ୍ଷମ ମହିଳା ବଳାତ୍କାର ର ଶିକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମାନସିକ ରୋଗ ରେ ପିଡ଼ିତା ମହିଳା ହୋଇଛନ୍ତି ଯୌନ ଶୋଷଣ ର ଶିକାର। ଭୁବନେଶ୍ୱର ର ମଞ୍ଚେଶ୍ୱରର ଥାନା ଅଧିନସ୍ଥ ସମେଇଗାଡ଼ିଆ ରେ ଥିବା ବିକାଶ ଡିସେବଲ ଇନଷ୍ଟିଚ୍ୟୁଟ ର ମାଲିକ ଜୟନ୍ତ ପଣ୍ଡା ସେହି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ କରିଛନ୍ତି ଦୁଷ୍କର୍ମ। ମଞ୍ଚେଶ୍ୱର ଥାନାରେ ପୀଡ଼ିତାଙ୍କ ଭାଇ ଲିଖିତ ଅଭିଯୋଗ କରିବାପରେ ପୋଲିସ ଜୟନ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ର ମହିଳା ଜଣକ ମାନସିକ ରୋଗଗ୍ରସ୍ତ ହେବାପରେ ଘରଲୋକ ତାଙ୍କର କଟକ ରେ ଚିକିତ୍ସା କରୁଥିଲେ। କିଛିଦିନର ଚିକିତ୍ସା ପରେ ସମେଇଗାଡ଼ିଆ ରେ ଥିବା ବିକାଶ ଡିସେବଲ ଇନଷ୍ଟିଚ୍ୟୁଟ ରେ ତାଙ୍କର ଆଡ଼ମିଶ କରିଥିଲେ। କାରଣ ସେଠାରେ ଭିନ୍ନକ୍ଷମ ମନେ କିପରି ସ୍ୱାବଲମ୍ବୀ ହୋଇ ଚଳିବେ ସେଥିପାଇଁ ବିଭିନ୍ନ ପ୍ରକାର ର ଶିକ୍ଷା ଦିଆ ଯାଉଥିଲା। ଯେପରିକି ଧୂପକାଠି ,ମହମବତୀ,ପେପେର ପ୍ଲେଟ ତିଆରି କରିବା ଇତ୍ୟାଦି। ସଂସ୍ଥା ମାଲିକ ଜୟନ୍ତ ବାରମ୍ବାର ସେହି ମାନସିକ ରୋଗୀର ଶାରୀରିକ ଶୋଷଣ କରିଚାଲିଥିଲେ। ଏଥିରେ ସେ ମହିଳା ବ୍ୟତୀଵ୍ରସ୍ତ ହୋଇ ନିଜ ଘରକୁ ଫେରି ଆସିଥିଲେ। ମାତ୍ର ଜୟନ୍ତ ଚତୁରତାର ସହ ଜଗତସିଂହପୁର ଯାଇ ମହିଳା ଙ୍କୁ ତାଙ୍କ ଘରୁ ନେଇ ଆସିଥିଲେ। ମାତ୍ର ମହିଳା ଜଣକ ପୁଣି କିଛିଦିନ ପରେ ଘରକୁ ଯାଇ ସବୁକଥା କହିଥିଲେ। ସବୁକଥା ଜାଣିବା ପରେ ମହିଳା ଜଣକ ଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଜୟନ୍ତ ଙ୍କ ବିରୁଦ୍ଧ ରେ ଅଭିଯୋଗ କରିଥିଲେ ।ପୋଲିସ ଜୟନ୍ତ ଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ୨୦୧୭ ମସିହା ମାର୍ଚ୍ଚ ମାସ ୧୮ ତାରିଖ ରେ ବରିମୁଣ୍ଡ ର ଜଣେ ଯୁବତୀ ଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ଜୟନ୍ତ ଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ପୋଲିସ ।

Sikshaya
Leave A Reply

Your email address will not be published.