ବଲାତ୍କାର ପରେ ବିବାହ କଲେ ଯବାନ

0

ଓଡ଼ିଶା ଫାଷ୍ଟ-(ବ୍ୟୁରୋ) ବଲାତ୍କାର ହୋଇଥିବା ମହିଳାଙ୍କୁ ବିବାହ କରିଛନ୍ତି ବଲାତ୍କାରୀ ଯବାନ। ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଂଚଳରେ। ଉକ୍ତ ଥାନାରେ କାର୍ଯ୍ୟରତ ଜନୈକା ମହିଳା ହୋମଗାର୍ଡଙ୍କୁ ଗତକାଲି ବିହାର ରେଜିମେଂଟରେ କାର୍ଯ୍ୟରତ ଯବାନ ଟୁଲୁ ପ୍ରଧାନ ବଲାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ ପୋଲିସ ଯବାନ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଏହାପରେ ଯବାନ ଜଣଙ୍କ ପିଡିତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ତେବେ ଆଜି ଉଭୟ ପକ୍ଷଙ୍କ ପରିପରିବାର ଉପସ୍ଥିତିରେ ନିକଟସ୍ଥ ତାରିଣୀ ମନ୍ଦିରରେ ପିଡିତା ଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଛନ୍ତି। ନିଜ ଉପରେ ଲାଗିଥିବା ବଲାତ୍କାର ଭଳି କଳଙ୍କ କୁ ମଧ୍ୟ ଧୋଇଛନ୍ତି ।

Leave A Reply

Your email address will not be published.