ବିନା ରାସନ କାର୍ଡଧାରୀଙ୍କୁ ସହଯୋଗର ହାତ ବଢାଇଲା ଏମ. ଜି. ମହାନ୍ତି ଓ ସାଇ ଟ୍ରଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ବିପତ୍ତି ସମୟରେ ସରକାର ରାସନ କାର୍ଡଧାରୀଙ୍କୁ ସହଯୋଗ କରିଥିବା ବେଳେ ବିନା ରାସନ କାର୍ଡଧାରୀଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଥିଲା । ମାତ୍ର ଏମ/ଏସ ଏମ. ଜି. ମହାନ୍ତି ଓ ସାଇ ଟ୍ରଷ୍ଟ ଏହି କଷ୍ଟ ଅନୁଭବ କରିବା ସହ ସେମାନଙ୍କ ଆଡକୁ ସହଯୋଗର ହାତ ବଢାଇଛି । ଯାହାକି ସେମାନଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି ।

ଆଜି ଏମ/ଏସ ଏମ. ଜି. ମହାନ୍ତି ଓ ସାଇ ଟ୍ରଷ୍ଟ ପକ୍ଷରୁ ଚାଉଳ, ଅଟା, ଡାଲି, ତେଲ, ଆଳୁ,ଚିନି, ଚୁଡା,ପିଆଜ ଓ ଅମୁଲର ଏକ ପ୍ୟାକେଟ ୱାର୍ଡ ନଂ-୪୫ ରେ ୩୦୦ ଲୋକଙ୍କୁ ବିଏମସି ତରଫରୁ ବିତରଣ କରଯାଇଥିଲା । ଏହି ଜନ ପୋଷଣ କାର୍ଯ୍ୟକ୍ରମକୁ ବିନା ରାସନ କାର୍ଡଧାରୀ ସ୍ୱାଗତ କରିବା ସହ ଅନେକ ପ୍ରଶଂସା ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ତନୁଜ ମହାନ୍ତି ଓ ୪୫ନଂ ୱାର୍ଡ ର ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ) ପ୍ରମୁଖ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ ।

Leave A Reply

Your email address will not be published.