ଭାରତକୁ ଝଟକା; ଏସିଆ କପରୁ ବାଦ ପଡିଲେ ଜାଡେଜା

ଏସିଆ କପରେ ଭାରତକୁ ବଡ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଜାଡେଜା ପାକିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିଲେ । ସେହି ମ୍ୟାଚରେ ସେ ୩୫ ରନ କରିଥିଲେ । ତେବେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଛି ।
ଜାଡେଜାଙ୍କ ଡାହଣ ଗୋଡ ଆଣ୍ଠୁରେ ଆଘାତ ଲାଗିଛି । ବର୍ତ୍ତମାନ ପାଇଁ ବିସିସିଆଇ ମେଡିକାଲ ଟିମଙ୍କ ଚିକିତ୍ସାରେ ରହିଛନ୍ତି । ତେବେ ଜାଡେଜାଙ୍କ ଅନୁପସ୍ଥିତି ଦଳକୁ ବଡ କ୍ଷତି ଦେଇପାରେ । କାରଣ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ଜାଡେଜା । ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ଫର୍ମ ଭଲ ରହିଥିଲା ।