ରାୟଗଡ଼ାରେ ତହସିଲଦାରଙ୍କଠାରେ କରୋନା ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା କୋଲନରାର ତହସିଲଦାର୍‌ କରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କୋଲନରାର ତହସିଲଦାରଙ୍କ ସମେତ ଜଣଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିଛି। ଏହାପରେ ତହସିଲଦାର ଓ ଜଣେ କର୍ମଚାରୀଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହିତ ତହସିଲ କାର୍ଯ୍ୟାଳୟକୁ ଆସନ୍ତା ୭ଦିନ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ବନ୍ଦ ସମୟରେ ତହସିଲ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବାର ବ୍ୟବସ୍ଥ କରାଯାଇଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ତହସିଲ ନଆସିବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ ୯ଜଣ କୋଭିଡ ଯୋଦ୍ଧାଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଛି।

Leave A Reply

Your email address will not be published.