ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘ଟିଆର୍ପି’ ଦୁର୍ନୀତି ମାମଲାରେ ମୁମ୍ବାଇ ପୁଲିସ ଆଜି ‘ରିପବ୍ଲିକ୍ ଟିଭି’ର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି। ପ୍ରତିଷ୍ଠାନ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ‘ରିପବ୍ଲିକ୍ ମିଡିଆ ନେଟ୍ଓ୍ଵାର୍କ’ର ସ୍ୱତ୍ୱାଧିକାରୀ ‘ଏଆରଜି ଆଉଟଲିୟର୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ର ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିବାର ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହି ଶୀର୍ଷ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କ କର୍ମଚାରୀମାନଙ୍କୁ ଥାନାରେ ପୁଲିସ ନିର୍ଯାତନା ଦେଉଥିବା କଥା ଏହି ପିଟିସନରେ ଅଭିଯୋଗ କରାଯାଇଥିଲା।
‘ହଂସା ରିସର୍ଚ’ର କର୍ମଚାରୀ ନୀତିନ ଦେଓକର୍ ଦାଏର କରିଥିବା ଅଭିଯୋଗକୁ ଆଧାର କରି ଅକ୍ଟୋବର ୬ ତାରିଖରେ ମୁମ୍ବାଇ ପୁଲିସ ‘ଏଫ୍ଆଇଆର୍’ ଫାଇଲ୍ କରି ତଦନ୍ତ ଆରମ୍ଭ କରିଥିଲା। ‘ଫୋରେନ୍ସିକ୍ ଅଡିଟର୍’ ଏବଂ ‘ବାର୍କ’ର ସଦସ୍ୟମାନଙ୍କ ସମେତ ଏହି ମାମଲାରେ ପୁଲିସ ୧୪୦ଜଣ ସାକ୍ଷୀଙ୍କୁ ନାମିତ କରିଛି।