ଆସନ୍ତା ୧୯ରେ ୩୪ଟି ବୁଥ୍‌ରେ ରି ପୋଲିଂ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୩୪ଟି ବୁଥ୍‌ରେ ଆସନ୍ତା ୧୯ ତାରିଖରେ ହୋଇପାରେ ରି ପୋଲିଂ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ରେ ପୁନର୍ବାର ମତଦାନ ହେବାର ସମ୍ଭାବନା ରହିଛି ।

ଅପରପକ୍ଷରେ ଭୋଟ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, “ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ସିଇଓ ଅଫିସରେ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆସନ୍ତା ୧୩ ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯିବ ଓ ଭୋଟ୍ ଗଣତି ପାଇଁ ଜିଲ୍ଲାସ୍ତରରେ ୧୪ରୁ ୧୯ ତାରିଖ ଯାଏ ଟ୍ରେନିଂ ଦିଆଯିବ । ଇଭିଏମ, ଭିଭିପାଟ ସ୍ଲିପ୍ ଓ ପୋଷ୍ଟାଲ ବ୍ୟାଲଟ ଗଣତି ସଂପର୍କରେ ସବିଶେଷ ଟ୍ରେନିଂ ଦିଆଯିବ । ପ୍ରତି ନିର୍ବାଚନମଣ୍ଡଳୀର ୫ଟି ବୁଥ୍‌ରେ ଭିଭିପାଟ ଗଣତି ହେବ ।”

ସାମ୍ବାଦିକଙ୍କ ଇଭିଏମର ସୁରକ୍ଷାକୁ ନେଇ ପ୍ରଶ୍ନର ଉତ୍ତରରେ ସୁରେନ୍ଦ୍ର କୁମାର କହିଛନ୍ତି ବାତ୍ୟା ପରେ ମଧ୍ୟ “ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ ସୁରକ୍ଷିତ ରହିଛି । କେବଳ ପୁରୀରେ ବାରିକେଡ୍ ଭାଙ୍ଗି ଯାଇଥିଲା । ତେଣୁ ପୁରୀରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।”

Leave A Reply

Your email address will not be published.