ଶାଳ ପତ୍ରରୁ ରୟାଲିଟି ଛାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନରୁ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଶାଳପତ୍ର ଶ୍ରମିକ ଦାବି କରି ଆସୁଥିଲେ । ସେମାନଙ୍କ ଦାବିକୁ ଆଜି ମାନିନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ଦେବାକୁ ପଡୁଥିବା ରୟାଲିଟି କୁ ରାଜ୍ୟ ସରକାର ଛାଡ଼ କରିଛନ୍ତି । ଏହା ଦ୍ୱାରା ଶାଳପତ୍ର ସଂଗ୍ରହରେ ନିୟୋଜିତ ୨୫ଲକ୍ଷ ଶ୍ରମିକ ଲାଭବାନ ହେବେ ।

ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ନେଇ ଥାଆନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ରୟାଲିଟି ଛାଡ଼ ହେବା ଖବର ପ୍ରଚାର ହେବାପରେ ଶାଳପତ୍ର ଶ୍ରମିକ ଅତ୍ୟନ୍ତ ଖୁସି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.