ରିୟା ଖୋଲିଲେ ଡ୍ରଗ୍ସ ଗୁମର, ସାମ୍ନାକୁ ଆସିଲା ସୈଫ ଅଲ୍ଲୀ ଖାଁ ଙ୍କ ଝିଅ ସହ ଅନେକ ସେଲିବ୍ରେଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଜେରା କରିବା ସମୟରେ ସେ ଡ୍ରଗ୍ସ ମାମଲାରେ ବଲିଉଡର ଅନେକ ବଡ଼ ସେଲିବ୍ରିଟିଙ୍କ ନାମ ନେଇଥିଲେ। ଏଥିରେ ଦୁଇ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ରକୁଲପ୍ରୀତ ସିଂଙ୍କ ସହ ଜଣେ ଫ୍ୟାସନ ଡିଜାଇନର ସମୋନ ଖମ୍ବାଟାଙ୍କ ନାଁ ସାମ୍ନାକୁ ଆସିଛି। ରିୟା ସ୍ୱୀକାର କରିଛନ୍ତି କି, ଏହି ୩ଜଣ ଙ୍କ ସହ ସେ ଓ ସୁଶାନ୍ତ ସାଥୀରେ ଡ୍ରଗ୍ସ ସେବନ କରିଛନ୍ତି। ସୁଶାନ୍ତଙ୍କ ସହ ସାରା ଫିଲ୍ମ ‘କେଦାରନାଥ’ରୁ ଡେବ୍ୟୁ କରିଥିବାବେଳେ ରକୁଲପ୍ରୀତ ହେଉଛନ୍ତି ରିୟାଙ୍କ ସାଙ୍ଗ। ମିଡିଆ ରିପୋର୍ଟ ମୁତାବକ, ଏନସିବିର ଜେରା ସମୟରେ ରିୟା ବଲିଉଡର ୨୫ ଜଣଙ୍କ ନାମ କହିଥିଲେ। ସୋଭିକ ଓ ରିୟାଙ୍କ ହ୍ୱାଟ୍ସଆପ୍ ଚାଟରୁ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଥିଲା। ଆଉ ଏନସିବି ଏବେ ବଲିଉଡର ଏ, ବି ଓ ସି ଗ୍ରେଡର କଳାକାର ଯେଉଁମାନେ ଡ୍ରଗ୍ସ ନିଅନ୍ତି ସେମାନଙ୍କ ଉପରେ ନଜର ରଖିଛି।

ସୂଚନାଯୋଗ୍ୟ, ଦିବଙ୍ଗତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ, ସୋଭିକ ଚକ୍ରବର୍ତ୍ତୀଙ୍କ ସମେତ ୬ଜଣ ଜେଲରେ ଅଛନ୍ତି। ଗତକାଲି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରିଜ ହୋଇଛି। ଅନ୍ୟପଟେ ରିୟାଙ୍କୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏନସିବିର ଜୁଡିସିଆଲ କଷ୍ଟୋଡୀରେ ରହିବାକୁ ପଡ଼ିବ।

Leave A Reply

Your email address will not be published.