ରେଳବାଇ ଥାନା ର ବଦଳିବ ରୂପରେଖ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମଙ୍ଗଳବାର ରେଳ ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଳ ସୁରକ୍ଷା ସହ ରେଳବାଇ ଥାନାର ରୂପରେଖ ବଦଳାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଟ୍ରେନରେ ସିସି ଟିଭି ଲାଗିବା ସହ ଚୋରି ଡକାୟତି ଭଳି ଅପରାଧ ରୋକିବାରେ ଗୁରୁତ୍ୱ ଦିଆଯାଇଛି।

ବିଶେଷକରି ରେଳ ଦୁର୍ଘଟଣା ସମୟ ରେ କିପରି ଆହାତ ଙ୍କୁ ଉଦ୍ଧାର କରାଯାଇପାରିବ ସେ ଦିଗରେ ଆଲୋଚନା ମଧ୍ୟ କରାଯାଇଥିଲା। ବୈଠକରେ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ଅମିତାଭ ଠାକୁରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.