ପ୍ରସିଦ୍ଧ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

0

ପ୍ରସିଦ୍ଧ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଆଜି ଦକ୍ଷିଣ କୋଲକାତାର ଚେଚଲା ଅଞ୍ଚଳରରେ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଜନପ୍ରିୟ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେଟ୍ଟ, ଜୀବନ ଯମୁନାରେ ଜୁଆର ଉଠେରେ, ମାୟା ଘେରା ମଧୁବନେ ଯା ଯାରେ ଯା ମନପବନ ନଉକା, ମାୟାବିନି ଏଇ ରାତିଟ୍ଟ, ନା ମାରନାଟ୍ଟ, ଛାଡ଼ ଛାଡ଼ ମୋର ଅଞ୍ଚଳ, ହେମହାରିଣୀ ମଥାରମଣି, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି।

SOA post below
Leave a comment