ଆସିଲାଣି ବେଳ ପରିବର୍ତ୍ତନ ହେବ ମନ୍ତ୍ରୀ ମଣ୍ଡଳ !

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ପଞ୍ଚମଥର କ୍ଷମତାସୀନ ହୋଇଥିବା ବିଜେଡି ସରକାରରେ ଖୁବଶୀଘ୍ର ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହେବା ଏକପ୍ରକାର ସ୍ଥିର ହୋଇଯାଇଛି । ତୃତୀୟ ମହଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବାକୁ ଯାଉଛି । ଯଦି ବର୍ତ୍ତମାନର ରାଜନୈତିକ ଅଙ୍କକୁ ବିଶ୍ଳେଷଣ କରାଯାଏ ତେବେ ବିରୋଧୀ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ବିଜେପି ନେତା କୁଳମଣୀ ବରାଳଙ୍କ ହତ୍ୟା, ପାଠକ ବାପ ପୁଅଙ୍କୁ ନେଇ କିମ୍ବା ପରି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବାବେଳେ ଶିକ୍ଷା ମନ୍ତ୍ରୀଙ୍କ ବାରମ୍ବାର ମନ୍ତବ୍ୟ ବଦଳେଇବାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା କାହାକୁ ଅଛୁପା ନାହିଁ । ସେହିପରି ଆନେକ ବିଭାଗର ମନ୍ତ୍ରୀ ନିଜ ଦାୟିତ୍ୱ ସଠିକ ରୂପେ ନିର୍ବାହ କରିନଥିବାରୁ ମୁଖ୍ୟମନ୍ତ୍ରୀ ଅନ୍ୟ ନେତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଦଳ ମଧ୍ୟରେ ଚର୍ଚ୍ଚା ହେଉଛି ।

ସେହିପରି ମନ୍ତ୍ରୀମଣ୍ଡଳରେ ଥିବା କେତେକ ମନ୍ତ୍ରୀଙ୍କ ହାତରେ ଥିବା ଏକାଧିକ ବିଭାଗ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତରେ ତିନୋଟି ବିଭାଗ ରହିଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ, ରାଜା ସ୍ବାଇଁଙ୍କ ହାତରେ ଦୁଇଟି ଲେଖାଏଁ ବିଭାଗ ରହିଛି ଯାହାକି ଅଦଳବଦଳ ହେବାର ସୂଚନା ମିଳୁଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତରେ ତିନୋଟି ବିଭାଗ ଥିବାବେଳେ ତାଙ୍କୁ ଅଧିକ ଦାୟିତ୍ୱ ଦିଆଯିବା ସମ୍ଭାବନା ନେଇ ଚର୍ଚ୍ଚା ହେଉଥିଲା ମାତ୍ର ମାହାଙ୍ଗା ବିଜେପି ନେତା ହତ୍ୟାରେ ତାଙ୍କ ନାଁ ବିଜେପି ଯୋଡ଼ି ବିରୋଧ କରିବା ପରେ ଶ୍ରୀ ଜେନାଙ୍କୁ ଆଉ ଅଧିକ ଦାୟିତ୍ୱ ପ୍ରଦାନ କରାନଯିବା ସହ ପଦ ହ୍ରାସ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବିଶେଷ ସୂତ୍ର ଅନୁଯାୟୀ, ବାଲେଶ୍ଵରରୁ ପ୍ରତିନିଧିତ୍ଵ କରୁଥିବା ଜ୍ୟୋତି ପାଣିଗ୍ରାହୀ, କୋରାପୁଟ ଅଞ୍ଚଳରୁ ପଦ୍ମିନୀ ଦିଆନ, ପୁରୀର ସମୀର ରଞ୍ଜନ ଦାସଙ୍କୁ ନେଇ ମଧ୍ୟ ତର୍ଜମା ଚାଲିଛି । ରଘୁନନ୍ଦନ ଦାସଙ୍କୁ ନେଇ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଇ ପାରେ । ସେହିପରି ବିଜେଡିର ଶୀର୍ଷ ନେତୃତ୍ୱ କେତେକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନକୁ ନେଇ ଚିନ୍ତା ବଢୁଥିବାର ଜଣା ପଡୁଛି ।

ନୂତନ ମନ୍ତ୍ରୀମଣ୍ଡଳକୁ ୩ଜଣ ପୁରୁଣା ହେଭିୱେଟ ଫେରିବାର ସମ୍ଭାବନା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏମାନେ ହେଲେ କେନ୍ଦ୍ରାପଡ଼ାର ପ୍ରତାପ ଦେବ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ କେନ୍ଦୁଝରର ବଦ୍ରୀ ନାରାୟଣ ପାତ୍ର ।

Leave A Reply

Your email address will not be published.