ଅବସରପ୍ରାପ୍ତ ପ୍ରଶାସକ ବିଜୟ ନାୟକ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ ବିଜୟ ନାୟକ । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍ଡି ଭାବେ ନିଯୁକ୍ତି ପାଇଥିଲେ । ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଓ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ ।