ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରିଚା-ଅଲି

ବଲିଉଡ ଅଭିନେତା ଅଲି ଫଜଲଙ୍କର ବାଜିବ ସାହାନାଇ । ଅକ୍ଟୋବରରେ ସେ ତାଙ୍କ ପ୍ରେମିକା ରିଚା ଚଢାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି । ପୂର୍ବରୁ ଏହି ଲଭ୍ ବାର୍ଡଙ୍କ ବିବାହ ଦୁଇ ଥର ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖ ମଧ୍ୟ ସ୍ଥିର କରାଯାଇଛି । ବର୍ତ୍ତମାନ ମେହେନ୍ଦୀ-ହଳଦି ଠାରୁ ଆରମ୍ଭ କରି ବିବାହ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ବିବରଣୀ ସାମ୍ନାକୁ ଆସିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଅଲି-ରିଚାଙ୍କ ବିବାହ କାର୍ଯ୍ୟ ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି । ଖବର ଅନୁଯାୟୀ, ଏହି ଦମ୍ପତି ରାଜକୀୟ ଶୈଳୀରେ ବିବାହ କରିବାକୁ ଯାଉଛନ୍ତି । ଏହା ପରେ ବଲିଉଡ ସେଲିବ୍ରିଟିଙ୍କ ପାଇଁ ଏକ ରାଜକୀୟ ରିସେପ୍ସନ୍ ମଧ୍ୟ ଆୟୋଜିତ ହେବ ।
ଅକ୍ଟୋବର ୨ ରୁ ଅଲି-ରିଚାଙ୍କ ହଳଦି ଏବଂ ମେହେନ୍ଦୀ ସମାରୋହ ଆରମ୍ଭ ହେବ । ସେପ୍ଟେମ୍ବରର ଶେଷ ଆଡକୁ ଅତିଥିମାନେ ଆସିବା ଆରମ୍ଭ ହୋଇଯିବ । ଏହି ସମୟରେ ସଂଗୀତ ସମାରୋହ ମଧ୍ୟ ଆୟୋଜିତ ହେବ ।
ଅଲି-ରିଚା ୬ ଅକ୍ଟୋବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି ବିବାହ ଦିଲ୍ଲୀରେ ଅନୁଷ୍ଠିତ ହେବ, ଯେଉଁଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ଖାସ୍ ବନ୍ଧୁମାନେ ସାମିଲ ହେବେ ।