ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଖାରଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇ ସେସନ କୋର୍ଟ ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବର୍ତ୍ତମାନ ରିୟାଙ୍କୁ ଜେଲରେ ରହିବାକୁ ହେବ। ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀ ଗିରଫ ବିରୋଧରେ ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ।
ଏନସିବିକୁ ଦେଇଥିବା ବୟାନରେ ଷୌଭିକ କହିଥିଲେ ଯେ ସୁଶାନ୍ତ ସିଂହଙ୍କ ପାଇଁ ଅନେକଥର ଡ୍ରଗ୍ସ ଆଣିଥିଲେ। ତେବେ ଡ୍ରଗ୍ସର ପେମେଣ୍ଟ ତାଙ୍କ ଭଉଣୀ କରୁଥିଲେ ବୋଲି ସେ ବୟାନ ଦେଇଥିଲେ। ରିୟା ସୁଶାନ୍ତଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ କରୁଥିଲେ ବୋଲି ଷୌଭିକ କହିଥିଲେ।

ରିୟାଙ୍କ ସହ ଷୌଭିକ, ସାମୁଏଲ ମୀରାଣ୍ଡା, ଡିପିଏସ ସାୱନ୍ତ, ଜୌଦ ବିଲାତ୍ରା ଓ ଅବଦୁଲ ବାସିତ ପରିହାରଙ୍କୁ ମଧ୍ୟ ଜାମିନ ମିଳିନାହିଁ।ମୁମ୍ବାଇ ସେସନ କୋର୍ଟ ସମସ୍ତ ୬ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

Leave A Reply

Your email address will not be published.