କର୍ମଚାରୀଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ

0


ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱରର ଉପକଣ୍ଠ ହଂସପାଳ ଛକରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଲେଶ୍ଵର ଅଞ୍ଚଳର ସୋମନାଥ ପଣ୍ଡା ବୟସ (୪୭)। ସେ ରେଳବାଇ କର୍ମଚାରୀ ବୋଲି ଜଣାପଡିଛି। ଏହି ଦୁର୍ଘଟଣା ରେ ତାଙ୍କ ସହଯୋଗୀ ପ୍ରଶାନ୍ତ ଜେନା ଆହତ ହୋଇଛନ୍ତି। ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।

ଘଟଣା କ୍ରମେ

ଆଜି ସକାଳେ ପ୍ରାୟ ସାଢ଼େ ୯.୩୦ମିନିଟ ବେଳେ ସୋମନାଥ ଓ ବସନ୍ତ ବାଇକ ଯୋଗେ ବାଲେଶ୍ଵରରୁ ଖୋର୍ଦ୍ଧା ଆସୁଥିଲେ। ହଂସପାଳ ଛକରେ ପଛରୁ ଆସୁଥିବା ଏକ କଣ୍ଟେନର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସୋମନାଥର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକମାନେ ହୋହଲ୍ଲା କରିବା ସହ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ୧୬ ନାମ୍ବର ଜାତୀୟ ରାଜପଥ ଅବରୋଧ ହେବାରୁ ରାସ୍ତାରେ ଗାଡ଼ି ଚଳାଚଳ ଠପ ହୋଇପଡିଥିଲା। ଡ଼ିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.