ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରୋଡ ଶୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଯଦୁପୁରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ରୋଡ ଶୋ କରିଥିଲେ । ହଜାର ହଜାର କର୍ମୀ ଏହି ରୋଡ ଶୋ ରେ ସାମିଲ ହୋଇଥିଲେ । ରୋଡ ଶୋ ସମୟରେ ସ୍ଥାନୀୟ ଅଧିବାସୀ ଉଛସ୍ଵିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହାପରେ କାର୍ଗୀଲ୍ ବସ୍ତି ଠାରେ ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ବିଜୁ ଜନତା ଦଳ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ପଦଯାତ୍ରା ରେ ସାମିଲ ହୋଇଥିଲେ ।

ଶ୍ରୀ ପଣ୍ଡା ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ବିକାଶର ଧାରାକୁ ବଜାୟ ରଖିବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ଅଧୁରା କାର୍ଯ୍ୟକୁ ଆଗାମୀ ଦିନରେ ସମ୍ପୂର୍ଣ ରୂପେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସହ ପୂର୍ବତନ କର୍ପୋରେଟର ମୁଜାହିଦ୍ ହୁସେନ, ଦୁଃଶାସନ ସ୍ୱାଇଁ ,ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା, ସନ୍ତୋଷ ମହାନ୍ତି ତଥା ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ନୂଆସାହି, ପଞ୍ଚସଖା ନଗର ପରିକ୍ରମା କରିଥିଲେ ।

Leave A Reply

Your email address will not be published.