ଅବସର ଘୋଷଣା କଲେ ଟେନିସ ଖେଳାଳି ରୋଜର ଫେଡେରର

0

ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ଅବସର ଘୋଷଣା କରିଛନ୍ତି । ୪୧ ବର୍ଷିୟ ଏହି ଟେନିସ ଖେଳାଳି ଟ୍ୱିଟରରେ ଏକ ଇମୋସନାଲ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ଫେଡେରର ଶେଷ ଥର ପାଇଁ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲେବର କପରେ ଖେଳିବେ । ଫେଡେରର ପୁରୁଷ ସିଙ୍ଗିଲ୍ସରେ ସବୁଠାରୁ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ରାଫେଲ ନାଡାଲ ସବୁଠାରୁ ଅଧିକ ୨୨ ଥର ଚାମ୍ପିୟନ ହୋଇଛନ୍ତି ।

ଫେଡେରର ନିଜର ଏହି ଯାତ୍ରା ପାଇଁ ନିଜ ପ୍ରଶଂସକ ଓ ପ୍ରତିଦ୍ୱନ୍ଦ୍ୱିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫେଡେରର କହିଛନ୍ତି କି , ୪୧ ବର୍ଷ ବୟସରେ ମୋତେ ଲାଗୁଛି ଏହାକୁ ଛାଡିବାର ସମୟ ଆସି ଯାଇଛି । ମୁଁ ୨୪ ବର୍ଷ ମଧ୍ୟରେ ୧୫୦୦ରୁ ଅଧିକ ମ୍ୟାଚ ଖେଳିସାରିଛି । ଏହାସହ ନିଜ ପତ୍ନୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ଯିଏ ପ୍ରତି ମୂହୁର୍ତ୍ତରେ ତାଙ୍କ ସହ ଛିଡା ହୋଇଥିଲେ ।

SOA post below
Leave a comment