ପୁରୀଘାଟ ଓ ରାମଦାସପୁରରେ ଖୋଲିଲା ରୁଚି-ଫ୍ରୋଜିଟ୍ର ନୂଆ ଫୁଡ଼୍ ଆଉଟ୍ଲେଟ୍

ଶନିବାର-କଟକସ୍ଥିତ ପୁରୀଘାଟ ଓ ରାମଦାସପୁରରେ ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ରୁଚିଦ୍ୱାରା ପରିଚାଳିତ ଫ୍ରୋଜିଟ୍ ର୨ଟି ନୂଆ ଫୁଡ଼୍ ଆଉଟ୍ଲେଟ୍ ର ଶୁଭଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନୂଆ ଫୁଡ଼ ଆଉଟ୍ଲେଟ୍ଦ୍ୱୟକୁ ଉଦ୍ଘାଟନ କରିଥିଲେ ଓଲିଉଡ଼୍ର ଯୁବପିଢୀର ଚର୍ଚ୍ଚିତ ନାୟୀକା ଭୂମିକା । ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ରୁଚି ଫୁଡ଼ଲାଇନ୍ର ପରିଚାଳନା ନିର୍ଦ୍ଦେଶକ ଡ଼ ଶରତ କୁମାର ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମି ସାହୁ ଓ ଶ୍ରୀମତୀ ସଲିନା ସାହୁ । ଓଡ଼ିଶାର ପ୍ରଥମ ଫ୍ରୋଜ୍ନ ଫୁଡ଼୍ ଉଦ୍ୟୋଗ ଫ୍ରୋଜିଟ୍ର ଏହା ୧୧ତମ ଏବଂ ୧୨ତମ ଆଉଟ୍ଲେଟ୍ । ଫ୍ରୋଜିଟ୍ ଦୀର୍ଘ ୧୦ବର୍ଷ ଧରି ଓଡ଼ିଶାର ଖାଉଟିମାନଙ୍କୁ ଫ୍ରୋଜନ୍-ରେଡ଼ି-ଟୁ-ଇଟ୍ , ରେଡ଼ି-ଟୁ-କୁକ୍, ବେକରୀ, ପ୍ରିମିୟମ୍ ଓ ସ୍ୱାସ୍ଥପଯୋଗୀ ଖାଦ୍ୟ ତଥା ମୃଦୁ ପାନୀୟ ଯୋଗାଇ ଆସିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା ଓ ଖୀରୀ ଆଦିକୁ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରିପାରୁଛି ବୋଲି ପ୍ରକାଶ ପରିଥିଲେ ରୁଚି ଫୁଡ଼୍ଲାଇନ୍ର ନିର୍ଦ୍ଦେଶିକା ତଥା ଫ୍ରୋଜିଟ୍ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରଶ୍ମି ସାହୁ ।
ପୁରୀଘାଟ ଆଉଟ୍ଲେଟ୍ଟିକୁ ଯୁବ ବ୍ୟବସାୟୀ ବିଶ୍ୱରଂଜନ ଘଡ଼ାଇ ଫ୍ରାଞ୍ଚାଇଜ୍ ଭାବେ ନେଇଥିବାବେଳେ ରାମଦାସପୁର ଆଉଟ୍ଲେଟ୍କୁ ଶ୍ରୀଯୁକ୍ତ ଅଭିନାଶ ପ୍ରସାଦ ଫ୍ରାଞ୍ଚାଇଜ୍ ଭାବେ ନେଇଛନ୍ତି । ଉଭୟ ଆଉଟ୍ଲେଟ୍ରେ ସ୍ପ୍ରିଂଗ୍ ରୋଲ୍, ପାସ୍ତା, ମଟନ-ଘିଅ ରୋଷ୍ଟ, ଚିକେନ୍ ଲଲିପପ୍, ବିରିୟାନୀ, ଲଚ୍ଛା ପରଟା, ସାଣ୍ଡୱିଚ୍, ପେଟିସ୍, କେକ୍, କୁକିଜ୍ ଆଦି ବିଭିନ୍ନ ଯୁବପୀଢୀଙ୍କ ପସନ୍ଦର ଗୁଣାତ୍ମକ ଖାଦ୍ୟ ବିକ୍ରୟ ପାଇଁ ରହିଥିବା ବେଳେ ରୁଚି ଓ ଫ୍ରୋଜିଟ୍ ଦ୍ୱାରା ପ୍ରସ୍ତୁତ ଅନେକ ଖାଦ୍ୟଦ୍ରବ୍ୟ ମଧ୍ୟ ଉପଲବ୍ଧ । ସେହିପରି ଫାର୍ମବି ଦ୍ୱାରା ପ୍ରସ୍ତୁତ ଓଟସ୍, ଚକୋଚିପସ୍, ମ୍ୟୁସେଲି, କର୍ଣ୍ଣଫେଲ୍କସ୍ ଦ୍ରବ୍ୟ ମଧ୍ୟ ଆଦି ଏହିପରି ଉପଲବ୍ଧ । ଉଦ୍ଘାଟନୀ ଅଫର ଭାବେ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଉପରେ ୨୦% ରିହାତି ପ୍ରଦାନ କିରାଯିବ ବୋଲି ଆଉଟ୍ଲେଟ୍ ମୁଖ୍ୟ ଅଭିନାଶ ସିଂହ ପ୍ରକାଶ ପରିଛନ୍ତି ।
ଆଜିର ଏହି ଆଉଟ୍ଲେଟ୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଫ୍ରୋଜିଟ ପକ୍ଷରୁ ଶିଳ୍ପା ଦାସ, ଆଦ୍ୟାଶା ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ଦେବସ୍ମିତା ମିଶ୍ର, ସାଗନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ହ୍ୱାଇଟ୍ କାନଭାସ୍ର ସମସ୍ତ କର୍ମକର୍ତ୍ତାମାନେ ।